ବ୍ରଜରାଜନଗର: ବ୍ରଜରାଜନଗର ରେଳଷ୍ଟେସନରେ ପୂର୍ବରୁ ପୁରୀ-ଯୋଧପୁର ଓ ଉତ୍କଳ ଏକ୍ସପ୍ରେସ ଟ୍ରେନର ଷ୍ଟପେଜ ବ୍ରଜରାଜନଗରରେ ରହିଆସିଛି। କୋଭିଡ ଯୋଗୁ ରେଳ ଚଳାଚଳ ବନ୍ଦ ରହିଥିଲା। ଏବେ ଧୀରେଧୀରେ ଟ୍ରେନ ଚାଲିବା ଆରମ୍ଭ ହେବାର ଲାଗିଛି। କିନ୍ତୁ ପୁରୀ- ଯୋଧପୁର ଟ୍ରେନ ଚାଲିବା ପରେ ବ୍ରଜରାଜନଗରରେ ଷ୍ଟପେଜ କରୁନାହିଁ। ଏଥିପାଇଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଦ୍ୱିତୀୟରେ ଉତ୍କଳ ଏକ୍ସପ୍ରେସ ଟ୍ରେନ ୨୭ ତାରିଖରୁ ଚାଲିବା ଆରମ୍ଭ କରିଛି। କିନ୍ତୁ ସେମଧ୍ୟ ବ୍ରଜରାଜନଗର ଷ୍ଟପେଜ କରିବ ନାହିଁ ବୋଲି ଜଣାପଡ଼ିବା ପରେ ଲୋକଙ୍କ ଭିତରେ ଏଭଳି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0