spot_img

ବିପୁଳ ପରିମାଣର ମଦ ପୋଚ ଜବତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଛୋଟରାୟପୁର ଗାଁର ଚଢାଉ । ଅବକାରୀ ବିଭାଗ ଓ ଘଟଗାଁ ପୋଲିସର ମିଳିତ ଭାବେ ଚଢାଉ କରିଛି । ଏହି ଚଢାଉରେ ବିପୁଳ ପରିମାଣର ମଦ, ପୋଚ ଓ ମଦ ରନ୍ଧା ସାମଗ୍ରୀ ଜବତ ହୋଇଛି । ଦିର୍ଘଦିନ ହେଲା ଏଠାରେ ବେଆଇନ ଭାବେ ଦେଶୀ ମଦ ଭାଟି ଚାଲିଥିଲା । ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ନିକଟରେ ଏନେଇ ଅଭିଯୋଗ ଆସିଥିଲା । ତେବେ ଅଭିଯୋଗ ଆସିବା ପରେ ଅବକାରୀ ବିଭାଗ ଓ ଘଟଗାଁ ପୋଲିସ ମିଳିତ ଭାବେ ଚଢାଉ କରିଥିଲେ ।

ଛୋଟରାୟପୁର ଗାଁରେ ଚଢାଉ କରି ପ୍ରାୟ ୪ହଜାର କେଜି ପୋଚ, ୨୦୦ଲିଟର ମଦ ଓ ବିପୁଳ ପରିମାଣର ମଦ ରନ୍ଧା ସାମଗ୍ରୀ ଜବତ କରିଛି । ତେବେ ଜବତ ହୋଇଥିବା ସମସ୍ତ ପୋଚକୁ ନଷ୍ଟ କରିଛି ଅବକାରୀ ବିଭାଗ ଓ ପୋଲିସ । ଘଟଣାରେ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular