ଭୁବନେଶ୍ୱର: କରୋନା କାଳରେ ଲୋକମାନେ ଯେତେବେଳେ ଘରେ ବନ୍ଦୀ ଜୀବନ କାଟୁଥିଲେ, ସେତେବେଳେ ହଜାର ହଜାର ମାଇଲ ଅତିକ୍ରମ କରି ଓଡ଼ିଶା ଆସିଥିଲେ ବିଦେଶାଗତ ପକ୍ଷୀ। ଏବେ ସେମାନଙ୍କ କଳରବରେ ଫାଟିପଡ଼ୁଛି ବିଭିନ୍ନ ଜଳାଶୟ। ତେବେ କରୋନା ବେଳେ ଚଳିତବର୍ଷ ଓଡ଼ିଶା ଆକାଶରେ ଘୂରି ବୁଲୁଛନ୍ତି ୨୦ ଲକ୍ଷ ୪୦ ହଜାରରୁ ଅଧିକ ଦେଶୀ-ବିଦେଶୀ ପକ୍ଷୀ। ଗତବର୍ଷ ଏ ସଂଖ୍ୟା ଥିଲା ୧୬ ଲକ୍ଷ ୭୬ ହଜାର। ଏଥର ହୋଇଥିବା ଗଣନା ଅନୁସାରେ ୪ ଲକ୍ଷ ଅଧିକ ପକ୍ଷୀ ଆସିଥିବା ଜଣାପଡ଼ିଛି। ତେବେ ଚିନ୍ତାଜନକ କଥା ହେଲା, ଅନୁଗୋଳ ସର୍କଲର ସାତକୋଶିଆ, ଆଠମଲ୍ଲିକ, ଆଠଗଡ଼, କଟକ ଓ ଢେଙ୍କାନାଳ ଅଞ୍ଚଳରେ ପକ୍ଷୀ ସଂଖ୍ୟା କିନ୍ତୁ ଚଳିତ ଥର ହ୍ରାସ ପାଇଛିା ଅନୁଗୋଳ ସର୍କଲରେ ଗତବର୍ଷ ଅପେକ୍ଷା ପ୍ରାୟ ୨୦ ହଜାର ପକ୍ଷୀ କମିଛନ୍ତି। ସେହିପରି ଭୁବନେଶ୍ୱର ଆଖାପଖ ଅଞ୍ଚଳରେ ଗତବର୍ଷର ୯,୩୯୮ ସଂଖ୍ୟାରୁ ଏବର୍ଷ ୮,୭୨୦କୁ ଖସିଛି। ଚିଲିକାରେ କିନ୍ତୁ ଗଲାବର୍ଷ ତୁଳନାରେ ପକ୍ଷୀ ସଂଖ୍ୟା ପ୍ରାୟ ଦୁଇ ଲକ୍ଷ ବଢ଼ିଛନ୍ତି। ତେବେ ପକ୍ଷୀଙ୍କ ମଧ୍ୟରେ ସବୁଠୁ ଆକର୍ଷଣ ଫ୍ଲେମିଙ୍ଗୋଙ୍କ ସଂଖ୍ୟା କମିଥିବା ବେଳେ ଫାଲକେଟେଡ ଟିଲ ଓ ମଲାର୍ଡ ଭଳି ବିଲୁପ୍ତ ଶ୍ରେଣୀର ପକ୍ଷୀ କିନ୍ତୁ ଆସିଛନ୍ତି। ସେହିଭଳି ଭିତରକନିକାରେ ୧୨୧ ପ୍ରଜାତିର ପକ୍ଷୀ ଠାବ ହୋଇଥିବା ବେଳେ ହୀରାକୁଦ ଜଳଭଣ୍ଡାରକୁ ୯୮ ପ୍ରଜାତି ଆସିଥିବା ଜଣାପଡିଛିା ତେବେ ଆଧୁନିକ ଉପାୟରେ ଗଣନା ହେଲେ ପକ୍ଷୀଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି କହିଛନ୍ତି ବିଶେଷଜ୍ଞ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0