spot_img

ଚିକିତ୍ସା ଅବହେଳାରୁ ପ୍ରସୁତୀ ମୃତ୍ୟୁ ଅଭିଯୋଗ

ଜଳେଶ୍ୱର: ଜଳେଶ୍ୱରରେ ମାଆ କ୍ଲିନିକ ରେ ପ୍ରସବ ପରେ ମହିଳାଙ୍କ ମୃତ୍ୟୁ । ସୂଚନା ମୁତାବକ ଭୋଗରାଇ ଅଂଚଳରେ ଜୟରାମପୁର ଟେଙ୍ଗରାମାରି ଗ୍ରାମର ବଳରାମ ଦେହୁରୀ ସ୍ତ୍ରୀ ହରପ୍ରିୟା ଦେହୁରୀ ଗର୍ଭବତୀ ଅବସ୍ଥା ରେ ବସ୍ତା ହସ୍ପିଟାଲର ଡାକ୍ତର ଅରୁଣ କୁମାର ଭୂୟାଁ ଙ୍କ ପାଖରେ ଚିକିତ୍ସା କରୁଥିଲେ । ତେବେ ଡାକ୍ତରଙ୍କ ଉପଦେଶ କ୍ରମେ ଜଳେଶ୍ବର ବଡ ବଜାର ସ୍ଥିତ ମା କ୍ଲିନିକ ରେ ପ୍ରସବ ସମୟରେ ଭର୍ତ୍ତି କରାଯାଇ ଥିଲେ । ଫଳରେ ପ୍ରସବ ସମୟରେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅପରେସନ କରି ପ୍ରସବ କରାଯିବ ବୋଲି କ୍ଲିନିକ ପକ୍ଷରୁ କୁହା ଯାଇଥିଲା । ତେବେ ଅପରେସନ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ଠିକ ଥିବା କହିଥିଲେ କ୍ଲିନିକ କର୍ତ୍ତୃପକ୍ଷ । ତେବେ ଅପରେସନ କୁ ୨୪ ଘଣ୍ଟା ନପୁରୁଣୁ ମହିଳା ଙ୍କ ମୃତ୍ୟ ଘଟିଛି । ତେବେ ଏନେଇ ପରିବାର ପକ୍ଷରୁ ଚିକିତ୍ସା ଅବହେଳା ରୁ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିବା ସହ କ୍ଲିନିକ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରି କ୍ଲିନିକ ସମ୍ମୁଖରେ ମୃତ୍ୟୁ ଶରୀର ରଖି ପରିବାର ଲୋକେ ହୋ ହାଲ୍ଲା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular