ଭୁବନେଶ୍ବର : ପୋଷ୍ୟ ସ୍କୁଲ ଗ୍ରହଣରେ ସାମିଲ ହୋଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ। ଶ୍ରୀ ସାହୁ ନୟାଗଡ଼ ଜିଲ୍ଲାର ୩ଟି ବିଦ୍ୟାଳୟ ଯଥା ମଧ୍ୟଖଣ୍ଡ ହାଇସ୍କୁଲ, କିଶୋର ଚନ୍ଦ୍ର ବିଦ୍ୟାପୀଠ ଓ ରାସଙ୍ଗ ସରକାରୀ ୟୁପି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେହିପରି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗୀର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାଜ୍ୟ ଫୁଡ କମିସନ ପ୍ରମୋଦ କୁମାର ମେକାପ ଭୁବନେଶ୍ବର ସହିଦନଗର ହାଇସ୍କୁଲ, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା ରେଭେନ୍ସା କଲିଜିଏଟ ସ୍କୁଲକୁ ପୋଷ୍ୟଭାବେ ଆପଣାଇଛନ୍ତି। ଆଜି ସୁଦ୍ଧା ୫୦ରୁ ଅଧିକ ବ୍ୟକ୍ତିବିଶେଷ ପୋଷ୍ୟ ସ୍କୁଲ ଗ୍ରହଣ କରିଥିବା ସୂଚନା ମିଳିଛି। ଯେଉଁଥିରେ ମନ୍ତ୍ରୀ, ବିଧାୟକ, ଆଇଏଏସ, ଆଇପିଏସ, ଆଇଏଫଏସ, ବିଭିନ୍ନ ପରିଷଦର ଅଧ୍ୟକ୍ଷ ଅଧ୍ୟକ୍ଷା ରହିଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0