ମାଲକାନଗିରି : ରାସ୍ତାରେ ବିଛା ଯାଇଥିଲା ଲ୍ୟାଣ୍ଡ ମାଇନ୍। ଯେଉଁଥିରେ ଖଞ୍ଜା ଯାଇଥିଲା ୧୦ କେଜିରୁ ଅଧିକ ବିସ୍ଫୋରକ। ହେଲେ ଅଳ୍ପକେ ବର୍ତ୍ତିଗଲେ ୩୦ ଯବାନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଛି। ଚିନ୍ତଲନାର ଗାଁ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ପୁଲିସ୍କୁ ଟାର୍ଗେଟ କରିବା ପାଇଁ ଲାଗିଥିଲା ୧୦ କେଜିରୁ ଅଧିକା ବିସ୍ଫୋରକ ଥିବା ଲ୍ୟାଣ୍ଡମାଇନ। STF ଏବଂ DRG ଯବାନ ଅପରେସନ ବେଳେ ଲ୍ୟାଣ୍ଡମାଇନ ଠାବ କରି ଘଟଣାସ୍ଥଳରେ ହିଁ ତାକୁ ଡ଼ିଫୁଜ କଲେ।
ଚିନ୍ତଲନାରରୁ ରାବଗୁଡ଼ାକୁ ଯାଇଥିବା ମୁଖ୍ୟ ରାସ୍ତାରେ ମାଓବାଦୀ ପୋତିଥିଲେ ଲ୍ୟାଣ୍ଡମାଇନ। ଯବାନଙ୍କ ଅପରେସନ ବେଳେ ମାତ୍ର ୪୦୦ ମିଟର ଦୂରରେ ଲ୍ୟାଣ୍ଡମାଇନ ଥିବା ବେଳେ ଠାବ ହୋଇଥିଲା । ବିସ୍ପୋରଣ ହୋଇଥିଲେ ତାହା ପୁଲିସ୍ ଗାଡିକୁ ୨୦ରୁ ୩୦ ଫୁଟ ଉଚ୍ଚକୁ ଉଡ଼ାଇବାର କ୍ଷମତା ଥିଲା। ସୌଭାଗ୍ୟବଶଃତ ଅଳ୍ପକେ ବର୍ତ୍ତିଗଲେ ୩୦ ଯବାନ। ଘଟଣା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0