ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ନୂଆଦିଲ୍ଲୀରେ ହିଂସା ଘଟଣାରେ ଆକ୍ସନ ମୋଡରେ ରହିଛି ପୁଲିସ । ଏହି ଘଟଣାରେ ଆଜି ଦିଲ୍ଲୀ ପୁଲିସ ୨୦ ଜଣ ଚାଷୀ ନେତାଙ୍କୁ ନୋଟିସ ଜାରି କରିଛି। ଟ୍ରାକ୍ଟର ରାଲି ବେଳେ ସର୍ତ୍ତ ଖିଲାପ ଅଭିଯୋଗରେ ଯୋଗେନ୍ଦ୍ର ଯାଦବ, ବାଲଦେବ ସିଂ ସିରସା, ବଲବୀର ଏସ ରାଜୱାଲଙ୍କ ସମେତ ୨୦ ଜଣ କୃଷକ ନେତାଙ୍କୁ ପୁଲିସ ନୋଟିସ ଜାରି କରିଛି। ୩ ଦିନ ମଧ୍ୟରେ ଜବାବ ରଖିବାକୁ ଏମାନଙ୍କୁ କୁହାଯାଇଛି।



Visitors Today : 5
Total Visitors : 130783
Total Views : 9900021
Visitors Online Now : 0