ଦୁବାଇ: ଆଇସିସି ଦିନିକିଆ ବ୍ୟାଟିଂ ତାଲିକାରେ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ଅଛନ୍ତି । ଏହା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଭାରତୀୟ ଦଳର ହିଟମ୍ୟାନ ରୋହିତ ଶର୍ମା । ତେବେ କୋହଲି ତାଙ୍କ ଶେଷ ଦୁଇଟି ଦିନିକିଆରେ ୮୯ ଓ ୬୩ ରନ ସଂଗ୍ରହ କରି ୮୭୦ ପଏଣ୍ଟ ହାସଲ କରିଛନ୍ତି । ରୋହିତ ୮୪୨ ପଏଣ୍ଟ ପାଇଥିବା ବେଳେ ପାକିସ୍ତାନର ବାବର ଆଜମ ୮୩୭ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ବୋଲିଂ ତାଲିକାରେ ପୂର୍ବପରି ତୃତୀୟ ସ୍ଥାନରେ ଯଶପ୍ରୀତ ବୁମରା ରହିଛନ୍ତି । ଏହା ସହ ବୋଲିଂ ତାଲିକାରେ ବୁମରା ୭୦୦ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିବା ସହ ଶ୍ରେଷ୍ଠ ଭାରତୀୟ ବିବେଚିତ ହୋଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0