ବାରିପଦା : ପ୍ରାୟ ୧୫ ଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ନିର୍ମାଣାଧିନ ସେତୁ ଭୁଶୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏପରି ଅଘଟଣର ପୁନରାବୃତ୍ତି ହୋଇଛି ମୟୂରଭଞ୍ଜ ଜିଲ୍ଲାରେ। ବାରିପଦା-ବଡ଼ସାହି ରାସ୍ତାର ଓରାନାଳ ସେତୁ କାମ ବେଳେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେତୁ ପିଲର ପାଇଁ ଖୋଳାଯାଉଥିବା ଗାତରେ ଖସି ପଡ଼ିଲେ ଶ୍ରମିକ। ଗଭୀର ପାଣି ହେତୁ ଖାତରେ ଖସି ପଡ଼ି ଘଟଣାସ୍ଥଳରେ ପ୍ରାଣ ହରାଇଲେ ଶ୍ରମିକ। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଶବ ରଖି ଧାରଣା ଦେଇଛନ୍ତି ଉତ୍ତ୍ୟକ୍ତ ଲୋକ। ଉତ୍ତ୍ୟକ୍ତ ଲୋକେ ସମ୍ପୃକ୍ତ ଠିକା ସଂସ୍ଥାର ମ୍ୟାନେଜରଙ୍କୁ ଆକ୍ରମଣ କରିବାକୁ ସେ ଗୁରୁତର ହୋଇପଡ଼ିଛନ୍ତି। ଏହାସତ୍ତ୍ୱେ ଦୀର୍ଘ ସମୟ ପର୍ୟ୍ୟନ୍ତ ଲୋକେ ତାଙ୍କୁ ଛାଡ଼ି ନ ଥିଲେ। ଏହାପରେ ବେତନଟୀ ପୁଲିସ ପହଞ୍ଚି ବୁଝାସୁଝା କରି ଗୁରୁତର ମ୍ୟାନେଜରଙ୍କୁ ବାରିପଦା ମେଡିକାଲ ପଠାଇଥିବା ଜଣାଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0