କଟକ : କରୋନା କଟକଣା ବେଳେ ହ୍ୱାଟ୍ସଆପରେ ଅଭିଯୋଗ କରିପାରିବେ କଟକର ସାଧାରଣ ଜନତା । ଏନେଇ କଟକ ଡିସିପି ପ୍ରତୀକ ସିଂହ ଏକ ସାର୍ବଜନୀନ ଫୋନ ନମ୍ବର ଜାରି କରିଛନ୍ତି । ୮୭୬୩୦୬୮୧୬୭ ହ୍ୱାଟ୍ସଆପ ନମ୍ବରରେ ନିଜର ବିଭିନ୍ନ ସମସ୍ୟାକୁ ନେଇ ଲୋକମାନେ ଅଭିଯୋଗ କରିପାରିବେ । ଜନସାଧାରଣ ନିଜ ଅଭିଯୋଗକୁ ଲେଖି କିମ୍ବା ଫଟୋ ଉଠାଇ ଅଥବା ଭିଡିଓ କରି ଏହି ନମ୍ବରରେ ହ୍ୱାଟ୍ମଆପ କରିପାରିବେ । ମାତ୍ର କଲ କରିବା ପାଇଁ ବାରଣ କରାଯାଇଛି । ଅଭିଯୋଗ ପାଇବା ପରେ ସେଗୁଡିକର ସମାଧାନ କରାଯିବ । ନିଜେ ଡିସିପି ଏହି ଅଭିଯୋଗ ଗୁଡିକର ନିରୀକ୍ଷଣ କରିବା ସହ ଅଭିଯୋଗକାରୀଙ୍କୁ ଫୋନ୍ କରି ସମସ୍ୟା ବୁଝିବେ ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି ।
Cuttack UPD has started a WhatsApp helpline No.8763068167 to receive the grievances of people. DCP Cuttack will personally monitor the grievances and call the petitioner. Only send the picture of grievances. No calling on this number. @CMO_Odisha @DGPOdisha @SarangiSudhansu pic.twitter.com/h1wRKht313
— DCP CUTTACK (@dcp_cuttack) July 26, 2020



Visitors Today : 5
Total Visitors : 130174
Total Views : 9891621
Visitors Online Now : 0