spot_img

ଗଞ୍ଜାମରେ ବେକାବୁ କରୋନା ସ୍ଥିତି, ଦୋକାନୀଙ୍କ ପାଇଁ ୫ ନୂଆ ନିୟମ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନାର ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ନିୟମ ଲାଗୁ କରାଯାଉଛି । ଏବେ ଜିଲ୍ଲାରେ ଦୋକାନୀମାନଙ୍କ ପାଇଁ ପାଞ୍ଚଟି ନୂଆ ନିୟମ ଲାଗୁ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହି ନିୟମ ଅନୁଯାୟୀ ଦୋକାନ ସାମ୍ନାରେ ଡବଲ ବ୍ୟାରିକେଡ କରିବାକୁ ପରାମର୍ଶ ଦିଆଯାଇଛି । ‘ନୋ ମାସ୍କ ନୋ ଗୁଡ୍ସ’ ବୋର୍ଡ ଲଗାଇବା ସହ ଦୋକାନୀମାନେ ନିଜେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ରକ୍ଷା ନିମନ୍ତେ ଗ୍ରାହକଙ୍କ ପାଇଁ ଦୋକାନ ସାମ୍ନାରେ ୨ ମିଟର ଦୂରତାରେ ସର୍କଲ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ସବୁ ଦୋକାନୀ ସାନିଟାଇଜର ଓ ହାତ ଧୋଇବାର ବ୍ୟବସ୍ଥା କରିବା ସହ ଗ୍ରାହକ ମାନଙ୍କ ଠିକଣା ରଖିବେ । ଏହି ନିୟମ ନମାନିଲେ ଜରିମନା ସହ ଦୋକାନୀମାନଙ୍କ ନାଁରେ ଏତଲା ଦିଆଯିବ । ଦରକାର ପଡିଲେ ମାସେ ପର୍ଯ୍ୟନ୍ତ ଦୋକାନ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି । ସଙ୍ଗରୋଧ ନିୟମ ଭଙ୍ଗ କରି ଯେଉଁମାନେ ତାସ୍, କ୍ରିକେଟ ଓ ଭଲିବଲ୍ ଖେଳୁଥିବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular