ବଲାଙ୍ଗୀର: ୬ ଲକ୍ଷ ଟଙ୍କାର କଫ ସିରପ ଜବତ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଫିଲ୍ମ ଷ୍ଟାଇଲରେ ଗୋଡାଇ ଗୋଡାଇ ନିଶା ବେପାରୀଙ୍କୁ ଧରିଥିଲା ପୋଲିସ। ଏଥିପାଇଁ ବ୍ୟବହୃତ ହୋଇଥିବା ଗାଡି ଏବଂ ୫୪୪୦ ବୋତଲ ଏସ କଫ ସରିପ ଜବତ କରିଛି ପୋଲିସ। ଗତକାଲି ବଲାଙ୍ଗୀରରୁ ପାଟଣାଗଡ ଅଭିମୁଖେ ବେଆଇନ କଫ ସିରପ ବୋଝେଇ ଏକ କାର ଯାଉଥିବାର ଖବର ପୋଲିସ କାନରେ ପଡିଥିଲା। ଏହାପରେ ବଲାଙ୍ଗୀର ସଦର ପୋଲିସର ସ୍ବତନ୍ତ୍ର ଟିମ କଫ ସିରପ ବୋଝେଇ କାରର ପିଛା କରିଥିଲା। ଶେଷରେ ବାରପୁଡୁଗିଆଠାରେ ପୋଲିସ କାରଟିକୁ ଅଟକାଇଥିଲା। କାର ଭିତରୁ ୫୪୪୦ ବୋତଲ ବେଆଇନ କୋରେକ୍ସ କଫ ସିରପ ବୋତଲ ଜବତ କରିଥିଲା ପୋଲିସ। ତେବେ ଗିରଫ ହୋଇଥିବା କଫ ସିରପ୍ ମାଫିଆଙ୍କ ସୂଚନା ଅନୁସାରେ ପୋଲିସ ତଦନ୍ତ ଜାରି ରଖିଛି।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0