ପ୍ରଥମ କରି ସଲମାନଙ୍କ ସହ ନଜର ଆସିବେ ସାଉଥ ସୁନ୍ଦରୀ ପ୍ରଜ୍ଞା ଜୟସୱାଲ । ସଲମାନଙ୍କ ଅପକମିଙ୍ଗ ଫିଲ୍ମ ‘ଅନ୍ତିମ ଦ ଫାଇନାଲ ଟ୍ରୁଥ‘ ରେ ଲିଡ଼ ହିରୋଇନ ଭାବେ ନଜର ଆସିବେ ପ୍ରଜ୍ଞା । କିଛିଦିନ ପୂର୍ବରୁ ଫିଲ୍ମର ଟିଜର ରିଲିଜ କରାଯାଇଥିଲା । ଏହି ଫିଲ୍ମରେ ସଲମାନ ଶିଖ ପୋଲିସ ଭାବେ ନଜର ଆସିବେ । ଫିଲ୍ମର ଆୟୁଶ ଶର୍ମା ଏକ ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିବେ । ଫିଲ୍ମର କିଏ ଲିଡ଼ ହିରୋଇନ ହେବେ ସେ ନେଇ ସ୍ପଷ୍ଟ କରାଯାଇନଥିବା ବେଳେ ଏବେ ପ୍ରଜ୍ଞାଙ୍କ ନାଁ ସାମ୍ନାକୁ ଆସିଛି । ଏନେଇ ପ୍ରଶଂସକମାନେ ପ୍ରଜ୍ଞାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0