ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ସମ୍ମାନ ଜଣାଇ ଦୁଇ ହଜାର କିଲୋମିଟର ସାଇକେଲ ଚଳାଇବେ ନାରାୟଣ କିଶନଲାଲ ବ୍ୟାସ । ସେ ମହାରାଷ୍ଟ୍ର ୱସିମରୁ ତାମିଲନାଡୁ ରାମସେତୁ ଯାଏଁ ସାଇକେଲରେ ଯାତ୍ରା କରିବେ। ସେ ଏହି ଯାତ୍ରା ଫେବୃଆରୀ ୭ ତାରିଖରେ ଆରମ୍ଭ କରିବେ। ଫେବୃଆରୀ ୧୪ ତାରିଖ ସୁଦ୍ଧା ଯାତ୍ରା ପୁରା କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ସେ ନିଜେ ସୂଚନା ଦେଇଛନ୍ତି।ଏକ ନ୍ୟୁଜ ପୋର୍ଟାଲକୁ ଦେଇଥିବା ଇଣ୍ଟରଭ୍ୟୁରେ ନାରାୟଣ ବ୍ୟାସ କହିଛନ୍ତି ଯେ, “ମୁଁ ଗତ ୫୭ ବର୍ଷ ହେଲା ସାଇକେଲରେ ଯାତ୍ରା କରୁଛି। ସାମାଜିକ କାର୍ୟ୍ୟ ପାଇଁ ଯାତ୍ରା କରେ। ଗତଥର ମୁଁ ମହାରାଷ୍ଟ୍ରରୁ ବାଘା ବର୍ଡ଼ର ଯାଏଁ ଯାତ୍ରା କରିଥିଲି। ଏଥିପାଇଁ ମୋତେ ୯ ଦିନ ଲାଗିଥିଲା। ଏବେ ମୁଁ ୨ ହଜାର କିଲୋମିଟର ଯାତ୍ରା କରିବି। ଏହି ଯାତ୍ରା ବିଶେଷ କରି ସୋନୁ ସୁଦଙ୍କ ସମ୍ମାନ ପାଇଁ।” ଅନ୍ୟପଟେ ସୋନୁଙ୍କ ବଦାନ୍ୟତା ପାଇଁ ତାଙ୍କୁ ଢେର ସ୍ନେହ ଓ ପ୍ରଶଂସା ମିଳିଛି। ତାଙ୍କ ସହାୟତା ଯୋଗୁଁ ଅନେକ ଲୋକଙ୍କ ଜୀବନ ବଦଳି ଯାଇଛି।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0