ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ସୋମନାଥ ନଗରରେ ବେଆଇନ ଟମାଟୋ ସସ୍ ପ୍ରସ୍ତୁତକାରୀ ୟୁନିଟ୍ ଉପରେ ଚଢାଉ କରିଛି ପୋଲିସ । ଚଢାଉ ବେଳେ ବିପୁଳ ପରିମାଣର ସାମଗ୍ରୀ, ବୋଟଲ୍, ଫ୍ୟାମିଲି ବ୍ରାଣ୍ଡ ନାମର ଷ୍ଟିକର୍ ଜବତ ହୋଇଛି । ପ୍ରସ୍ତୁତକାରୀ ଶଙ୍କର ସ୍ବାଇଁଙ୍କୁ ପୋଲିସ ଗିରଫ କରିଛି । ଚଢାଉ ପରେ ଉକ୍ତ ୟୁନିଟକୁ ସିଲ୍ କଲା ପୋଲିସ । ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ଏ ନେଇ ସୂଚନା ଦେଇଛନ୍ତି । ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏଠାରେ ଚଢାଉ କରାଯାଇଥିଲା । ଚଢାଉରେ ବିପୁଳ ପରିମାଣରେ ନକଲି ସାମଗ୍ରୀ ଜବତ ହୋଇଛି ।
ପୂର୍ବରୁ ବଡ଼ବଜାର ଅଞ୍ଚଳରେ ନକଲି ମସଲା କାରବାର ହେଉଥିବା ନେଇ ପୋଲିସକୁ ଖବର ମିଳିବା ପରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଚଢାଉ କରିଥିଲା । ବଡ଼ବଜାର ଅଞ୍ଚଳରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉ ବେଳେ ପୋଲିସ ବିପୁଳ ପରିମାଣର ନକଲି ମସଲା ଜବତ କରିଥିଲା । ପାଣ୍ଡବନଗରରେ ମଧ୍ୟ ଚଢାଉ କରିଥିଲା ପୋଲିସ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0