ରାଜନଗର: କେନ୍ଦ୍ରାପଡାର ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରରେ ଶୁକ୍ରବାରଠାରୁ ଆରମ୍ଭ ହେବ ଡଲଫିନ୍ ଗଣନା । ଧାମରା ମୁହାଣଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଡଲଫିନ୍ ଗଣନା କରାଯିବ ବୋଲି ରାଜନଗର ବନ ବିଭାଗ ପକ୍ଷରୁ କୁହାଯାଇଛି । ଭିତରକନିକା ଅଞ୍ଚଳରେ ଡଲଫିନ୍ ଗଣନା ପାଇଁ ୯ଟି ଟିମ୍ ଗଠନ କରାଯାଇଛି । ଏଠାରେ ଚଳିତ ମାସ ୧୭ ତାରିଖରେ ଡଲଫିନ୍ ଗଣନା କରାଯାଇଥିଲା । ସେଦିନ ପାଗ ଅନୁକୂଳ ନଥିବାରୁ ଅଧିକାଂଶ ସ୍ଥାନରେ ଡଲଫିନ୍ ମିଳିନଥିଲା। ଡଲଫିନ୍ ଗଣନା ଠିକ୍ ଭାବେ ହୋଇ ନପାରିବାରୁ ଆଉ ଥରେ ଡଲଫିନ୍ ଗଣନା କରାଯିବ ବୋଲି ବନ ବିଭାଗ ନିଷ୍ପତ୍ତି ନେଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0