ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟା ମାମଲାରେ ଭୁବନେଶ୍ୱର କମିଶନରେଟ ପୁଲିସ ହାତରେ ଅଭିଯୁକ୍ତ ରାକେଶ ସ୍ୱାଇଁ। ପୁଲିସ ତାଙ୍କୁ ଏୟାରଫିଲଡ ଥାନା ଅଞ୍ଚଳରୁ ଗିରଫ କରିଛି। ସିସିଟିଭିରେ ଥିବା ପଛ ସ୍କୁଟି ଆରୋହୀ ରାକେଶ ବୋଲି ପୁଲିସ ଜାଣିବାକୁ ପାଇଛି। ଅଧିକ ତଦନ୍ତ ପାଇଁ ରାକେଶଙ୍କୁ ରିମାଣ୍ଡରେ ନେଇଛି ଯାଜପୁର ପୁଲିସ। ଗତ ୨୬ ତାରିଖରେ ଝରାଫୁଲଙ୍କୁ ହତ୍ୟା କରାଯାଇଥିଲା। ପରେ ରାକେଶ ଓ ତାଙ୍କ ସାଙ୍ଗ ମୃତଦେହକୁ ମୟୂରଭଞ୍ଜ ଜିଲ୍ଲାରେ ଫିଙ୍ଗି ଦେବା ପାଇଁ ସ୍କୁଟିରେ ନେଉଥିଲେ। ହେଲେ ଜାତୀୟ ରାଜପଥରର ଯାଜପୁର ନିକଟରେ ମୃତ ଝରାଫୁଲଙ୍କ ପାଦ ଦଳେ ଘୁଷୁରୁଥିବା ଦେଖି କେତେକ ସ୍ଥାନୀୟ ଲୋକେ ରାକେଶ ଓ ତାଙ୍କ ବନ୍ଧୁଙ୍କୁ କହିଥିଲେ। ଏହା ପରେ ଦୁଇ ସାଙ୍ଗ ଭୟଭୀତ ହୋଇଯାଇଥିଲେ। ପରେ ଯାଜପୁର କୁଆଖିଆ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଝରାଫୁଲଙ୍କ ମୃତଦେହ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ତେବେ ଏନେଇ ପୁଲିସ ମୁହଁ ଖୋଲି ନାହିଁ। ଗୁରୁବାର ପୁଲିସ ଏହି ମର୍ଡର ମିଷ୍ଟ୍ରୀ ଉପରୁ ପର୍ଦ୍ଦା ହଟାଇବ ବୋଲି ଜଣାପଡ଼ିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0