spot_img

ବାଣୀବିହାର ଗୋଷ୍ଠୀ ସଙ୍ଘର୍ଷ ମାମଲା, ୨ ଗିରଫ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଗୋଷ୍ଠୀ  ସଂଘର୍ଷ ମାମଲାରେ ସହିଦନଗର ଥାନା ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ସମ୍ବଲପୁରର ଅଖିଳେଶ କୁମାର ଯାଦବ ଓ ପୁରୀ ସଦର ଥାନା ଅଞ୍ଚଳର ମନୋରଞ୍ଜନ ସ୍ୱାଇଁ  । ଅଖିଲେଶ ସତ୍ୟବିହାରରେ ରହୁଥିଲେ । ଗତ ୧୮ ତାରିଖ ରାତି ସାଢ଼େ ୮ଟାରେ ବାଣୀବିହାର ପରିସରରେ ଥିବା ଗୋପବନ୍ଧୁ ଛାତ୍ରାବାସ ସାମ୍ନାରେ ୨ ଛାତ୍ରଗୋଷ୍ଠୀ ମାର୍‌ପିଟ୍‌ ହୋଇଥିଲେ । ଏଥିରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଥିଲେ । ଗୋଟିଏ ଗୋଷ୍ଠୀର ଛାତ୍ରମାନେ ହଷ୍ଟେଲ ସମ୍ମୁଖରେ ଧାରଣାରେ ବସିଥିଲେ ।

ଏନେଇ ୨ ଛାତ୍ର ଗୋଷ୍ଠୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ୨ଟି ମାମଲା ରୁଜୁ କରିଥିଲା । ଶୁଭମ ସ୍ୱାଇଁଙ୍କ ଅଭିଯୋଗକୁ ଭିତ୍ତିକରି କେସ୍‌ ନଂ-୩୪ରେ ଅଖିଳେଶ ଯାଦବଙ୍କୁ ଗିରଫ କରିଥିବା ବେଳେ ଭାବରଞ୍ଜନ ବେହେରାଙ୍କ ଅଭିଯୋଗ ଆଧାରରେ ମନୋରଞ୍ଜନ ସ୍ୱାଇଁଙ୍କୁ ଗିରଫ କରାଯାଇଛି । ଗୁରୁବାର ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular