କଟକ: କଟକ ଓଏମପି ଛକସ୍ଥିତ ପୁଲିସ କଲୋନୀକୁ ଖାଲି କରି ସେଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ନେଇ ଚାଲିଥିବା ବିବାଦର ସମାଧାନ ହୋଇପାରୁନି। କେନ୍ଦ୍ରାଞ୍ଚଳ ଆରଡିସିଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଗତକାଲି କୌଣସି ନିଷ୍କର୍ସ ବାହାରି ପାରି ନ ଥିବା ବେଳେ ଆଜି ଚାଉଳିଆଗଞ୍ଜ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଫଳରେ ଆଜି ସକାଳୁ ଚାଉଳିଆଗଞ୍ଜର ସମସ୍ତ ଦୋକାନ, ବଜାର ବନ୍ଦ ରହିଛି। ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। କିନ୍ତୁ କୌଣସି ସମାଧାନର ରାସ୍ତା ବାହାରି ନ ଥିଲା । ଫଳରେ ଆଜି ଚାଉଳିଆଗଞ୍ଜ ବନ୍ଦ ପାଳନ କରାଯାଉଛି । ଏସସିବି ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ରାସ୍ତାର ସମ୍ପ୍ରସାରଣ ହେଉଥିବାରୁ ମାଲଗୋଦାମ ଓ ଛତ୍ରବଜାରରେ ରହିଥିବା ବସ୍ତି ଉଚ୍ଛେଦ ହେବ । ଓଏମପି ଛକରେ ରହିଥିବା ପୁଲିସ କଲୋନୀକୁ ଖାଲି କରି ସେଠାରେ ଏହି ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ । ଚାଉଳିଆଗଞ୍ଚ ଅଞ୍ଚଳ ବାସିନ୍ଦା ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ବନ୍ଦ ପାଳନ କରୁଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0