କଳାହାଣ୍ଡି: ଗୁରୁବାର ବିଳମ୍ବିତ ରାତିରେ ଭବାନୀପାଟଣାରୁ ଥୁଆମୂଳ ରାମପୁର ରାସ୍ତାରେ ହାତୀ ଆତଙ୍କ ଦେଖିବାକୁ ମିଳିଥିଲା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଥୁଆମୂଳରାମପୁର ୪୬ ନମ୍ବର ରାଜ୍ୟ ରାଜପଥ ଘାଟି ନିକଟରେ ଦୁଇ ଘଣ୍ଟା ରାସ୍ତା ଅବରୋଧ କଲା ଜଙ୍ଗଲୀ ହାତୀ ।
ଫୁର୍ଲିଝରନ ଓ ଶଗଡା ମଝି ଜଙ୍ଗଲରେ ବଣୁଆ ହାତୀ ରାସ୍ତା ଉପରକୁ ଚାଲି ଆସିଥିଲା । ଗଛ ଓ ଡାଳ ଭାଙ୍ଗି ରାସ୍ତା ଉପରେ ପକାଇ ରାସ୍ତା ଅବରୋଧ କରି ହାତୀ ଛିଡା ହୋଇ ରହିଥିଲା । ଫଳରେ ରାସ୍ତା ଦୁଇ ପାର୍ଶ୍ଵରେ ଯାନବାହାନ ଅଟକି ରହିଥିଲା । ଦୀର୍ଘ ଦୁଇ ଘଣ୍ଟା ପରେ ହାତୀ ରାସ୍ତାରୁ ହଟି ତଳକୁ ଚାଲି ଯାଇଥିଲା। ଫଳରେ ଲୋକେ ଯାତାୟତ କରିଥିଲେ । ଏହି ସ୍ଥାନରେ ମୋବାଇଲ ନେଟୱର୍କ ନ ଥିବା ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଅଟକି ରହିଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0