ଭଞ୍ଜନଗର:ବାର୍ହା ଫାଶରୁ ଉଦ୍ଧାର କଲରାପତରିଆ ବାଘର ମୃତ୍ୟୁ ହୋଇଛି। ବନ ବିଭାଗ ବାଘକୁ କିରିଆମ୍ବା ଜଙ୍ଗଲରେ ଛାଡ଼ିବାକୁ ନେଉଥିବା ବେଳେ ଜନ୍ତାରେ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି। ଏନେଇ ସୂଚନା ଦେଇଛନ୍ତି ବୁଗୁଡ଼ା ରେଞ୍ଜର। ତେବେ କେଉଁ କାରଣରୁ ବାଘର ମୃତ୍ୟୁର ଘଟିଛି, ତାହା ଜଣାପଡ଼ିଛି। ବାଘର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ମାଣିତରା ସେକ୍ସନ ନଗୁଡୁ ଗ୍ରାମ୍ୟ ପାହାଡ଼ ବାର୍ହା ଧରିବା ପାଇଁ ବସା ଯାଇଥିଲା ଫାଶ। ଆଉ ସେହି ଫାସରେ ଫସି ଯାଇଥିଲା କଲରାପତାରିଆ ବାଘ। ଫାଶରେ ପଡ଼ିବା ପରେ ବାଘଟି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ପରେ ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଫାଶରୁ ବାଘକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବାକୁ ନେଉଥିବା ବେଳେ ମୃତ୍ୟୁ ଘଟିଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0