ଭୁବନେଶ୍ୱର: କରୋନା ଟିକାକରଣରେ ଦେଶରେ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ଆଗରେ ଅଛି। ପ୍ରଥମ ସ୍ଥାନରେ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ଥିଲେ ବି ଅନ୍ୟ ରାଜ୍ୟଙ୍କ ତୁଳନାରେ ଟିକାକରଣରେ ସଫଳତା ହାସଲ କରିଛି ଓଡ଼ିଶା। ପ୍ରଥମେ ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ଟିକା ନେଉନଥିଲେ, ସେମାନେ ଗତକାଲିଠାରୁ ଟିକା ନେଉଛନ୍ତି। ଗତକାଲି ସୁଦ୍ଧା ୧ଲକ୍ଷ ୯୪ ହଜାର ୫୮ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି।
ଆଉ ୧ଲକ୍ଷ ୪୪ହଜାର ୬୪୨ ଜଣ ଟିକା ନେବେ। ପଲ୍ସ ପୋଲିଓ ଅଭିଯାନ ଜାନୁଆରୀ ୩୧ରୁ ଫେବୃଆରୀ ୨ ତାରିଖ ଯାଏ ଚାଲିବ। ତେଣୁ ଏହି ତିନି ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ। ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ପ୍ରଥମ ଡୋଜ୍ ସମସ୍ତଙ୍କୁ ଦିଆଯିବ। ଟିକା ନେବା ପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇନି। ଯେଉଁମାନଙ୍କ ଦେଖା ଦେଇଥିଲା, ସେମାନେ ସୁସ୍ଥ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0