ଭୁବନେଶ୍ୱର : ବିଏମସିର ବହୁ ପ୍ରତୀକ୍ଷିତ ଯୋଜନା ଡିଜିଟାଲ ଡୋର ନମ୍ବରିଂ ବ୍ୟବସ୍ଥା ଆସନ୍ତା ଫେବ୍ରୁଆରୀ ପହିଲାରୁ ଆରମ୍ଭ ହେବ। କରୋନା ଯୋଗୁଁ ବିଳମ୍ବିତ ହୋଇଥିବା ଏହି କାମ ଏବେ ପାଇଲଟ ପ୍ରକଳ୍ପ ଭାବେ ତିନିଟି ଜୋନର ତିନିଟି ୱାର୍ଡରେ ଆରମ୍ଭ ହେବ। ବିଏମସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀର ପ୍ରତି ଘର ପାଇଁ ଏକ ଡିଜିଟାଲ ନମ୍ବର ଦିଆଯିବ। ଘର ସମ୍ମୁଖରେ ଏହି ନମ୍ବର ଲେଖାଯିବ। ଏବେ ଏହା ଦକ୍ଷିଣ ପଶ୍ଚିମ ଜୋନର ୱାର୍ଡ ୨୩, ଦକ୍ଷିଣ-ପୂର୍ବ ଜୋନର ୱାର୍ଡ ୩୦ ଏବଂ ଉତ୍ତର ଜୋନରେ ୱାର୍ଡ ୬ ରେ ଆରମ୍ଭ ହେବ। ୧୧ରୁ ୧୨ ଦିନରେ ଏହି ସର୍ଭେ ଶେଷ ହେବ। ୬୭ଟି ଯାକ ୱାର୍ଡରେ ଡିଜିଟାଲ ଡୋର ନମ୍ବରିଂ ହେବ। ଏଥିପାଇଁ ୩କୋଟି ୯୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏନେଇ ବିଏମସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, ପାଇଲଟ ପ୍ରକଳ୍ପ ଆରମ୍ଭ ହେଲେ ଆମେ ଡିଜିଟାଲ ଡୋର ନମ୍ବରିଂ କିପରି ସଫଳ ହେବ ଜାଣିପାରିବୁ। ଏହି ନମ୍ବରରେ ଘରର ସଂପୂର୍ଣ୍ଣ ତଥ୍ୟ, ଠିକଣା, ହୋଲଡିଂ ଟିକସ ଠାରୁ ଆରମ୍ଭ କରି ସବୁ ପ୍ରକାରର ତଥ୍ୟ ମିଳିବ। କେବଳ ଗୋଟିଏ କ୍ଲିକ୍ରେ ସବୁ ରେକର୍ଡ ମିଳିଯିବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0