କଟକ: କଟକ SCB ପ୍ଲାଜମା ବ୍ୟାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧ ହଜାର ପ୍ଲାଜମାଫେରେସିସ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। କରୋନାରେ ସଂକ୍ରମିତ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛି ପ୍ଲାଜମା ଥେରାପି। ତେବେ ରାଜ୍ୟରେ ଯେତେବେ କରୋନା ଉପର ମୁଣ୍ଡରେ ଥିଲା ସେତେବଳେ କରୋନା ପାଇଁ ସଞ୍ଜୀବନୀ ପାଲଟିଥିଲା ପ୍ଲାଜମା। କରୋନା ପ୍ରତିହତ ପାଇଁ କୌଣସି ଟିକା ବାହାରି ନଥିବା ବେଳେ ଆଶା ଦେଇଥିଲା ପ୍ଲାଜମା। ସେହି ସମୟରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ଲାଜମା ଦାନ କରିବା ପାଇଁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିଥିଲେ ସାଧାରଣର ଲୋକେ। ଯେଉଁଥି ପାଇଁ ଆଜି ଏସ୍ବିରେ ୧ ହଜାର ପ୍ଲାଜମାଫେରେସିସ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0