ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ତହସିଲର ପୂର୍ବତନ RI। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ତହସିଲର ପୂର୍ବତନ ଜଓ ବସନ୍ତ ମହାନ୍ତିଙ୍କ ଘରେ ରେଡ କରିଛି ଭିଜିଲାନ୍ସ। ପୁରୀ ଅଫିସ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ପୁରୀ ଫ୍ରେଣ୍ଡସ କ୍ଲବ ଗଳିରେ ଥିବା ୨ଟି ଘର, ବାଲିଘାଟ ଓ ପେଣ୍ଠକଟାରେ ଥିବା ବାସଭବନ ଓ କେନ୍ଦ୍ରାପଡ଼ାର ପୈତୃକ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ସୂଚନା ମିଳିଛି। ଏବେ ମଧ୍ୟ ରେଡ ଜାରି ରହିଛି। ତେବେ ଯାଗାବାଡ଼ି କାରବାର ନେଇ ବିଭିନ୍ନ ସମୟରେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0