spot_img

ଆଫ୍ରିକାକୁ କୋଭିଡ ଟିକା ଯୋଗାଇ ଦେବ ଭାରତ

ଆଫ୍ରିକା: ଭାରତ ଆଫ୍ରିକାକୁ ୧ କୋଟି ଏବଂ ଜାତିସଂଘ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ୧୦ ଲକ୍ଷ ଭାରତରେ ନିର୍ମିତ କୋଭିଡ-୧୯ ଟିକା ଯୋଗାଇ ଦେବ। ଏହି ଟିକା ‘ଗ୍ଲୋବାଲ ଆଲିଏନ୍ସ ଫର ଭ୍ୟାକ୍ସିନସ ଆଣ୍ଡ ଇମ୍ୟୁନାଇଜେସନ’ ଆଧାରରେ ପ୍ରେରଣ କରାଯିବ। ୨୦୦୦ ମସିହାରେ ସୃଷ୍ଟି ହୋଇଥିବା ‘ଗାଭି’ର ଉଦ୍ଦେଶ୍ୟ ହେଉଛି ବିଶ୍ୱର ଦରିଦ୍ରତମ ରାଷ୍ଟ୍ରଗୁଡ଼ିକରେ ଥିବା ପିଲାମାନଙ୍କୁ ଟିକା ଲାଗି ସମାନ ସୁଯୋଗ ଦେବା। ‘ଗାଭି’ର ‘କୋଭାକ୍ସ ଫ୍ୟାସିଲିଟି’ରେ କୋଭିଡ-୧୯ ଟିକାର ସମାନ ଆବଣ୍ଟନ ହାସଲ ଏବଂ ଟିକାର ବିକାଶ ଓ ପ୍ରସ୍ତୁତିକୁ ତ୍ୱରାନ୍ଵିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେପଟେ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଧ୍ୟ ଔପଚାରିକ ଭାବେ ଘୋଷଣା କରିଛି ଯେ, ଭାରତ ଓମାନକୁ ୧୧ ଲକ୍ଷ, କେରିକମ ଦେଶମାନଙ୍କୁ ୫ ଲକ୍ଷ ଡୋଜ, ନିକାରାଗୁଆକୁ ୨ ଲକ୍ଷ ଡୋଜ ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶମାନଙ୍କୁ ୨ ଲକ୍ଷ ଡୋଜ କୋଭିଡ-୧୯ ଟିକା ଯୋଗାଇ ଦେବ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular