spot_img

ଚିଲିକା: ସୋଲରୀ ପର୍ବତର ଆଳତି ଉତ୍ସବ

ଚିଲିକା: ଚିଲିକାରେ ପାଳିତ ହେଲା ଐତିହାସିକ ସୋଲରୀ ପର୍ବତର ଆଳତି ଉତ୍ସବ । ସୋଲରୀ ପର୍ବତରେ ବିଶ୍ୱର ମଙ୍ଗଳ ନିମନ୍ତେ ପାଳିତ ହୋଇଛି ଏହି ଉତ୍ସବ । ଆଜିକୁ ତିନିବର୍ଷ ହେବ ଏହି ପର୍ବତରେ ଆଳତି ଉତ୍ସବ ପାଳିତ ହୋଇ ଆସୁଛି । ପ୍ରାୟ ତିନି ଖଣ୍ଡ ଗ୍ରାମର ଲୋକେ ଏହି ଆଳତିକୁ ଦେଖିବା ପାଇଁ ରୁଣ୍ଡ ହୋଇଥାନ୍ତି । ପର୍ବତ ଉପରେ ଏକ ଶାମୁକା ରହିଛି । ସେଠାରେ ବଳଦେବ ମହାପ୍ରଭୁଙ୍କ ମନ୍ଦିର ରହିଛି । ଏହାଏକ ଦର୍ଶନୀୟ ସ୍ଥାନ ଓ ଆକଷର୍ୟଣୀୟ ଜାଗା ହୋଇଥିବାରୁ ବହୁ ଅଂଚଳରୁ ଶ୍ରଦ୍ଧାଳୁ ମାନେ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି । ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବ ମଧ୍ୟ ଦର୍ଶନପାଇଁ ଏଠାକୁ ଆସିଥିଲେ । ଦର୍ଶନପରେ ସୋଲରୀରେ ଆଗାମୀ ଦିନରେ କିଭଳି ଉନ୍ନତିକରଣ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular