ମାଲକାନଗିରି: ବଜ୍ରକାପ୍ତା ଉଦ୍ଧାର ବେଳେ ଗାଁ ଲୋକଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ରେଞ୍ଜରଙ୍କ ସମେତ ୧୨ ବନ କର୍ମଚାରୀ। ଏପରି ଅଭାବନୀୟ ଘଟଣା ଆଜି ମାଲକାନଗିରି ଜିଲ୍ଲାରେ ଘଟିଛି। ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ନାମକୋଣ୍ଡା ଗାଁରେ ଜଣକ ଧାନ ଖଳାରେ ବଜ୍ରକାପ୍ତାକୁ ରଖି ଦଲାଲଙ୍କ ସହ ମୂଳଚାଲ ଚାଲିଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ଏହାପରେ ମାଲକାନଗିରି ରେଞ୍ଜରଙ୍କ ନେତୃତ୍ୱରେ ୧୫ ଜଣ କର୍ମଚାରୀ ନାମକୋଣ୍ଡା ଗାଁକୁ ଯାଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପଚାରଉଚରା କରିବା ସମୟରେ ଗାଁର ୨୫ରୁ ଊର୍ଦ୍ଧ୍ୱ ଲୋକ ଠେଙ୍ଗା, ବାଡ଼ି,ଟାଙ୍ଗିଆରେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0