spot_img

ବୁମରାଙ୍କ ଭୟରେ ଭ୍ରମଣକାରୀ ଦଳ ଇଂଲଣ୍ଡ

ଚେନ୍ନାଇ: ଆସନ୍ତା ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ । ଏନେଇ ଉଭୟ ଦଳ ପ୍ରସ୍ତୁତ ହେଉଥିବା ବେଳେ କ୍ରିଡାପ୍ରେମୀଙ୍କ ଭିତରେ ମଧ୍ୟ ରହିଛି ଢେର ସାରା ଉକ୍ରଣ୍ଠା । ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡ ଓପନର ରୋରି ବର୍ନସ ବୁମରାଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେ କହିଛନ୍ତି, ହୁଏତ ଆୟୋଜକମାନେ ଏଥର ଭିନ୍ନ ପିଚ ପ୍ରସ୍ତୁତ କରିବେ । ଦଳରେ ଯଶପ୍ରୀତ ବୁମରାଙ୍କ ଭଳି ଭଲ ଦ୍ରୁତ ବୋଲର ଅଛନ୍ତି । ତାଙ୍କୁ ଦୃଷ୍ଟିରେ ରଖି ମଇଦାନ ପ୍ରସ୍ତୁତ କରାଯାଇପାରିବ । ସିରିଜରେ ଦିବାରାତ୍ର ମ୍ୟାଚ ଖେଳାଯିବାର ରହିଛି । ଏଣୁ ମଇଦାନ ଭିନ୍ନ ହୋଇପାରେ । ବୁମରାଙ୍କ ଭଳି ବୋଲରଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବା ଇଂଲଣ୍ଡ ଦଳ ପାଇଁ ବଡ ଆହ୍ୱାନ ହେବ । କାରଣ ସେ ସବୁଠାରୁ ଅଲଗା ବୋଲିଂ କରନ୍ତି । ତାଙ୍କୁ ଧ୍ୟାନରେ ରଖି ଇଂଲଣ୍ଡ ଦଳ ପ୍ରସ୍ତୁତି ଚଲାଇଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular