spot_img

ଝରାଫୁଲ ମୃତ୍ୟୁ ଘଟଣା, ଅଭିଯୁକ୍ତ ରାକେଶକୁ କୋର୍ଟ ଚାଲାଣ

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା । ଅଭିଯୁକ୍ତ ରାକେଶକୁ କୋର୍ଟଚାଲାଣ କଲା କୁଆଖିଆ ଥାନା ପୋଲିସ । ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଭିଯୁକ୍ତ ହାଜର । ଅଭିଯୁକ୍ତ ବିରୋଧରେ ୩୦୨, ୨୦୧ ଓ ଏସସି/ଏସଟି ଆକ୍ଟ ଲାଗିଛି । ଅଭିଯୁକ୍ତକୁ ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । ଝରାଫୁଲ ମୃତ୍ୟୁ ମାମଲାରେ ଗତକାଲି ପୋଲିସ ଅଭିଯୁକ୍ତ ରାକେଶକୁ ଗିରଫ କରିଥିଲା । ଗିରଫ ପରେ ଅଭିଯୁକ୍ତକୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଥିଲା କମିଶନରେଟ ପୋଲିସ । ସେପଟେ ଝରାଫୁଲର ମୃତ୍ୟୁ ଭୁବନେଶ୍ୱରରେ ହୋଇଥିବା କହିଥିଲା ଯାଜପୁର ପୋଲିସ । ଅନ୍ୟପକ୍ଷରେ ଆଜି ଅଭିଯୁକ୍ତ ରାକେଶ ଦେଇଥିବା ବୟାନ ପୋଲିସର ଦ୍ୱନ୍ଦ୍ୱ ବଢାଇଦେଇଛି । ଅଭିଯୁକ୍ତ ବୟାନରେ କହିଛି ଯେ ଝରାଫୁଲର ମୃତ୍ୟୁ ଫୁଡ ପଏଜନରୁ ହୋଇଛି । ତେବେ ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular