ମୁମ୍ବାଇ: ଦେଶର ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ରାମାୟଣର ପୁନଃନିର୍ମାଣ ହେବାକୁ ଯାଉଛି । ଯେତେବେଳେ ଆମେ ରାମାୟଣ ବିଷୟରେ କଥା ହୋଉ, ସର୍ବପ୍ରଥମେ ଆମେ ରାମାନନ୍ଦ ସାଗରଙ୍କ ରାମାୟଣ ସିରିୟଲ ମନେ ରଖିଥାଉ ।ବର୍ତ୍ତମାନ ବଲିଉଡ ଏହି ରାମାୟଣ ଉପରେ ଏକ ଫିଲ୍ମ କରିବାକୁ ପ୍ରସ୍ତୁତ ହେଉଛି। ତେବେ କୌଣସି ଆନିମେସନ୍ କିମ୍ବା ସର୍ଟ ଫିଲ୍ମ ନୁହେଁ ବରଂ ପ୍ରସ୍ତୁତି ହେଉଛି ସମଗ୍ର ୩୦୦ କୋଟି ଟଙ୍କା ବ୍ୟୟବହୁଳ ଚଳଚ୍ଚିତ୍ର । ଏଥିରେ ରାମ ଭୂମିକାରେ ନଜର ଆସିବା ପାଇଁ ଯାଉଛନ୍ତି ଗ୍ରିକଗଡ ହ୍ରିତିକ । ଅନ୍ୟପଟେ ସୀତା ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ । ନିର୍ମାତା ମଧୁ ମେଣ୍ଟାନା ଏହି ପ୍ରୋଜେକ୍ଟକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ସେମାନେ ଏହି ଚଳଚ୍ଚିତ୍ର ମାଧ୍ୟମରେ ବଡ ପରଦାରେ ରାମାୟଣର ମହାନ ଉପସ୍ଥାପନା ଦେଖାଇବାକୁ ଯାଉଛନ୍ତି ।




Visitors Today : 1
Total Visitors : 130303
Total Views : 9891806
Visitors Online Now : 0