ରାଜନଗର: ବାସନ୍ଦ ହୋଇଥିବା ପରିବାର ସହ କଥାହେଲେ ଦେବାକୁ ପଡିବ ୧୫୦ ଟଙ୍କା ଯୋରିମାନା । ଗାଁ ନିଷ୍ପତ୍ତିକୁ ଅମାନ୍ୟ କଲେ ବାସନ୍ଦ ହେବା ସହିତ ଯୋରିମାନା ମଧ୍ୟ ଦେବାକୁ ପଡିବ । ଏଭଳି ଏକ ନିଷ୍ପତ୍ତି ଶୁଣାଇଛି କଙ୍ଗାରୁ କୋର୍ଟ । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଶିଳପୋଖରୀ ଗ୍ରାମର କଥା । ଶିଳପୋଖରୀ ଗାଁର ଖଗେଶ୍ବର ଦାସଙ୍କ ଘର ସାମ୍ନାରେ କମୁନିଟି ସେଣ୍ଟର ନିର୍ମାଣ ପାଇଁ ନିଷ୍ପତ୍ତି ନେଲା ଗାଁ କମିଟି । ତେବେ ଖଗେଶ୍ବର ଏହାକୁ ବିରୋଧ କରିବାରୁ ବିବାଦ ଆରମ୍ଭ ହେଲା । ପରେ ଗାଁରେ ବସିଲା କଙ୍ଗାରୁ କୋର୍ଟ କାହିଁକି ଖଗେଶ୍ବର ଗାଁ କମିଟି ବିରୋଧରେ ଗଲେ ଏମିତି କାରଣ ଦର୍ଶାଇ ଖଗେଶ୍ବରଙ୍କୁ ଗାଁରୁ ବାସନ୍ଦ କରାଯାଇଛି ବୋଲି ଅଭିଯୋଗ ଆସିଛି । ଗାଁ ବୈଠକରେ ଖଗେଶ୍ବରଙ୍କ ସପକ୍ଷରେ ସ୍ବର ଉଠାଇଥିବା କିଛି ପରିବାରଙ୍କୁ ମଧ୍ୟ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏ ଘଟଣା ନେଇ ମଦନ ମୋହନ ବାରିକ, ସସ୍ମିତା ଦାସ ଓ କୃଷ୍ଣଚନ୍ଦ୍ର ବାରିକ ମିଶି ରାଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଛନ୍ତି l ଆଉ ତାଙ୍କୁ ତୁରନ୍ତ ନ୍ୟାୟ ପାଇଁ ଦାବି କରିଛନ୍ତି l ଅନ୍ୟପଟେ ଏ ସମ୍ପର୍କରେ ରାଜନଗର ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଥାନା ଅଧିକାରୀ କହିଛନ୍ତି ଆମେ ଅଭିଯୋଗ ପାଇଛୁ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଚାଲିଛି । ରିପୋର୍ଟ ଆସିବା ଆଇନଅନୁଯାଇ ଯାହା କାର୍ୟ୍ୟାନୁଷ୍ଠାନ ନିଆଯିବା କଥା ନିଆଯିବ l



Visitors Today : 0
Total Visitors : 130166
Total Views : 9891611
Visitors Online Now : 0