ନୂଆଦଲ୍ଲୀ: ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ଆଇଇଡି ବିସ୍ଫୋରଣ ।ବିସ୍ଫୋରଣର କାରଣ ଜଣାପଡ଼ି ନଥିଲେ ହେଁ ଏଥରେ ଦୂତାବାସ ନିକଟରେ ଥିବା କିଛି କାର୍ କ୍ଷତିଗ୍ରସ୍ତ ହୋଇଛି। ସେହିପରି କେହି ଆଇଇଡି ଖଞ୍ଜି ବିସ୍ଫୋରଣ କରିଛି ନାଁ ଏହା ପଛରେ ଆଉ କିଛି କାରଣ ରହିଛି କି, ସେକଥା ଜଣାପଡ଼ିନି।
ପୁଲିସ୍ କହିଛି ଯେ ଅପରାହ୍ନ ୫.୦୫ରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ କାରଣ ଖୋଜିବା ପାଇଁ ତଦନ୍ତ କରାଯାଉଛି। ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇନାହାନ୍ତି। ବିସ୍ଫୋରଣ ଅତ୍ୟନ୍ତ ଛୋଟ ଧରଣର। ଘଟଣା ପରେ ଅବଦୁଲ କଲାମ ରୋଡକୁ ସିଲ କରାଯାଇଛି। ସେହିପରି ଡକସ୍କ୍ୱାଡକୁ ଆଣି ଯାଞ୍ଚ ଆରମ୍ଭ କରାଯାଇଛି। ସେହିପରି ଜାତୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।ବିସ୍ଫୋରଣ ସ୍ଥଳଟି ବିଜୟ ଚୌକଠାରୁ ୨ କିମି ଦୂର। ଏଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଧ୍ୱଜାବତରଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0