spot_img

ବାଲିଅନ୍ତା: ଯକ୍ଷ୍ମା ରୋଗର ନିରାକରଣ କାର୍ଯ୍ୟକ୍ରମ

ବାଲିଅନ୍ତା: ବାଲିଅନ୍ତାରେ ଯକ୍ଷ୍ମା ରୋଗର ନିରାକରଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ । ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହରେ ଏହାକୁ ଆୟୋଜନ କରାଯାଇଥିଲା । ଯକ୍ଷ୍ମାରୋଗର ନିରାକରଣ ସମ୍ବନ୍ଧରେ କାର୍ଯ୍ୟକ୍ରମରେ ଭାରାପ୍ରାପ୍ତ ସ୍ୱାସ୍ଥ୍ୟଧିକାରୀ ଡା. ତନ୍ମୟ ତ୍ରୀପାଠୀ ଲୋକମାନଙ୍କୁ ବୁଝାଇଥିଲେ । ଡା. ତ୍ରୀପାଠୀଙ୍କ ସୂଚନାନୁଯାୟୀ ଆଶାକର୍ମୀ ମାନେ ଘରଘର ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ସେମାନଙ୍କ ପରିକ୍ଷା ନିରିକ୍ଷା କରାଇ ଚିହ୍ନଟ କରିବେ । ଏହା ଦ୍ୱାରା ଯକ୍ଷ୍ମା ରୋଗ ମୁକ୍ତ କରିପାରିବା ବୋଲି ଡା. ତ୍ରୀପାଠୀ ସୂଚନା ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସନ୍ତୋଷ କୁମାର ସେଠୀ , ବିପିଏମ ଅତସି ମହାନ୍ତି , ଯକ୍ଷ୍ମା ସୁପରଭାଇଜର ବିଶ୍ୱଜିତ ସ୍ୱାଇଁ ଉପସ୍ଥିତ ଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular