spot_img

କେନ୍ଦୁଝରରେ ଷ୍ଟ୍ରବେରୀ ଚାଷ

କେନ୍ଦୁଝର : ଷ୍ଟ୍ରବେରୀ ଚାଷ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି କେନ୍ଦୁଝରର ଅଜୟ କୁମାର ପାଣି । ନିଜର ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଫଳରେ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ଅଜୟ । ଭାରତୀୟ ବାୟୁସେନାରୁ ଅବସର ପରେ କେନ୍ଦୁଝର ଜିଲ୍ଲା ଡ଼େପୁଟି ରେଜିଷ୍ଟର ଭାବରେ କାମ କରନ୍ତି ଅଜୟ । ହେଲେ ନିଶା ବିଭିନ୍ନ ଗଛ ସଂଗ୍ରହକରି ଚାଷ କରିବା । ୪ବର୍ଷ ତଳେ ଷ୍ଟ୍ରବେରି ଚାଷକୁ ନେଇ ତାଙ୍କ ସାଙ୍ଗମାନେ ତାଙ୍କୁ କହିଥିଲେ । ପରେ ମୋବାଇଲ ଜରିଆରେ ଛତିଶଗଡ଼ର ରାୟପୁର ଠାରେ ଏହାର ଚାରା ମିଳୁଥିବା ଜାଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କ ଭଉଣୀଙ୍କ ସହାୟତାରେ ଛଅଶହ ଟଙ୍କାରେ ଚାରା ମଗାଇଥିଲେ । ବହୁ ପରିଶ୍ରମ ପରେ ସେହି ଚାରାରୁ ପାଖାପାଖି ଛଅଶହ ଚାରା କରିପାରିଛନ୍ତି । ଏହାରି ମଧ୍ୟରେ ଦୁଇଶହରୁ ଅଧିକଚାରା ଦାନ ଓ ବିକ୍ରି କରି ସାରିଲେଣି । ତେବେ ଚାଷ ହୋଇଥିବା ଷ୍ଟ୍ରବେରୀର ଆକାର ରଙ୍ଗ ଓ ସ୍ୱାଦ ଉଚ୍ଚକୋଟିର ବୋଲି କହିଛନ୍ତି ଅଜୟ । ଏଥିରେ ତାଙ୍କ ଭାଇମାନେ ତାଙ୍କୁ ସଂପୁର୍ଣ୍ଣ ସହଯୋଗ କରିଥାନ୍ତି । ତାଙ୍କର ଏହି ନିଆରା ପ୍ରୟାସ ପାଇଁ ପୋଡ଼ଶୀ ମାନେ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular