ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଡୁରା ରାମନାରାୟଣ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟରେ ୩ ଦିନ ଧରି ଯୁବ ରେଡ଼୍ କ୍ରସ୍ ର ସହିତଛାତ୍ର ପ୍ରଶିକ୍ଷଣ ଶିବିର ଉଦ୍ ଯାପିତ ହୋଇଯାଇଛି । ଉଦଯାପିତ ଦିଵସରେ ଅଧକ୍ଷ ଵିଧୂଭୂଷଣ ନାୟକ ସଭାପତି ତ୍ଵରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ରେଡ଼କ୍ରସ୍ ସଂଯୋଜକ ଡ଼. ଗୋଵିନ୍ଦ ରାଓ ଯୋଗଦେଇ ଥିବା ବେଳେ ଵିଭୂପ୍ରସାଦ ପାତ୍ର , ଗୋପାଳପୁର ମହାବିଦ୍ୟାଳୟର ଅଧ୍ୟାପକ ରାମଚନ୍ଦ୍ର ଜେନା, ଓ ସିଟି ମହାଵିଦ୍ୟାଳୟର ଅଧ୍ୟାପିକା ମିନତୀ ସୁବୁଦ୍ଧି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶିଵିର ରେ ଯୋଗଦେଇଥିଲେ । ଵିଭୂପ୍ରସାଦ ପାତ୍ର ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ସଂପର୍କରେ କହିଥିଲେ । ଉକ୍ତ କାର୍ୟ୍ୟକ୍ରମକୁ ଅଧ୍ୟାପକ ପ୍ରଶାନ୍ତ କୁମାର ପାତ୍ର ପରିଚାଳନା କରିଥିବାବେଳେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଚନା , କୁଇଜ୍ , ଵକୃତା ପ୍ରତିଯୋଗିତା କରି ପୁରସ୍କୃତ କରିଥିଲେ। ରେଡ଼୍ କ୍ରସ୍ ଅଧିକାରୀ ଡ଼. ହରିହର ମୁନି ସ୍ବାଗତ ଭାଷଣ ସହ ଧନ୍ୟବାଦ ଦେଇଥିବା ବେଳେ ଵିଦ୍ୟାଳୟ ର ଅଧ୍ୟାପକ ଇଶ୍ଵରୀ ପ୍ରସାଦ ସାହୁ , ବାଳ ମୁକୁନ୍ଦ ପଟ୍ଟନାୟକ ସହ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ ସହଯୋଗ କରି କାର୍ୟ୍ୟକ୍ରମ କୁ ସଫଳ କରିଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0