ଖୋର୍ଦ୍ଧା: ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟ ରେ ୬୨ ତମ ସ୍ମୃତିଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଵିଧ୍ୟାୟକ ତଥା କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଅଧକ୍ଷତାରେ ଏହା ପାଳିତ ହୋଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଯୋଗ ଦେଇ ଚଳିତ ବର୍ଷର ଉଲ୍ଲେଖନୀୟ ଅବଦାନ ଥିବା ଶ୍ରୀ ଭଗବାନ ପ୍ରକାଶଙ୍କୁ ସମ୍ମାନୀତ କରିଥିଲେ। ସେହିପରି ବିଶିଷ୍ଟ ବନଜ ଦେବୀଙ୍କୁ ମଞ୍ଜରୀ ସାହିତ୍ୟ ସମ୍ମାନ ଏବଂ ସଙ୍ଗୀତକାର ପ୍ରେମାନନ୍ଦଙ୍କୁ ପ୍ରାଣନାଥ ସଙ୍ଗୀତ ସମ୍ମାନ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ପଟ୍ଟନାୟକ ଓ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହା ସହିତ ଉସôବରେ ଗତବର୍ଷ ବାଣିଜ୍ୟ, କଳା ଓ ବିଜ୍ଞାନ ରେ ଶ୍ରେଷ୍ଠ ବିବେଚିତ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0