କଲିକତା: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ରବିବାର ଆପୋଲ ହସ୍ପିଟାଲରୁ ଛୁଟି ମିଳିବ । କିଛିଦିନ ପୂର୍ବରୁ ଛାତିରେ ଯନ୍ତ୍ରଣା ହେବା ଫଳରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ତାଙ୍କର ୨ଟି ଷ୍ଟେନଟିଂ କରାଯାଇଥିଲା । ତେବେ ବର୍ତ୍ତମନେ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବାରୁ ସୂଚନା ମିଳିଛି । ଏହା ପୂର୍ବରୁ ତାଙ୍କୁ ଜାନୁଆରୀ ୨ ତାରିଖରେ ଛାତିରେ ଯନ୍ତ୍ରଣା ଯୋଗୁ ତାଙ୍କୁ ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହେବା ସହିତ ଷ୍ଟେନଟିଂ କରାଯାଇଥିଲା । ସେ ଟ୍ରିପୁଲ ଭେସେଲ ଡିଜିଜରେ ପୀଡିତ । ଅନ୍ୟପଟେ ହସ୍ପିଟାଲରେ ତାଙ୍କୁ ସାକ୍ଷାତ କରିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଧନଖଣ୍ଡ ପହଁଞ୍ଚିଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0