spot_img

ରାଜନଗର: ପ୍ରକୃତି ପ୍ରେମୀ ବସନ୍ତ କୁମାର ମିଶ୍ର

ରାଜନଗର: ରାଜନଗର ବ୍ଲକ ଯଦୁଚନ୍ଦ୍ରପୁର ଗ୍ରାମରେ ରହୁଛନ୍ତି ରିଟାଏର୍ଡ ପୋଷ୍ଟ ମାଷ୍ଟର ବସନ୍ତ କୁମାର ମିଶ୍ର l ଚାକିରୀର ଅବସର ପରେ ସେ ପକୃତି ପ୍ରେମୀ l କେବଳ ସେ ପ୍ରକୃତି ପ୍ରେମି ନୁହନ୍ତି ଜୀବ ପ୍ରେମି ମଧ୍ୟ୍ୟ l ବାଡ଼ି ବଗିଚାରେ ଫୁଲ, ଫଳ, ପଞ୍ଜୁରୀ ଭିତରେ ଶୁଆ, ପୋଖରୀରେ ବତକ ଏବଂ ଗାଈ ମଧ୍ୟ୍ୟ ରଖିଛନ୍ତି l ଏଥି ସହିତ ଠେକୁଆ ମଧ୍ୟ୍ୟ ପାଳିଛନ୍ତି l ତାଙ୍କ ବଗିଚାରେ ଦେଶୀ, ବିଦେଶୀ ଫୁଲ ଗଛ ଦେଖିଲେ ଯିଏ କେହିନା ଆତ୍ମହରା ହୋଇପଡିବ l କେବଳ ବଗିଚାରେ ନୁହେଁ ଛାତ ଉପରେ ମଧ୍ୟ୍ୟ ଏକ କୃତିମ ଉଦ୍ୟାନ ପରିବେଶ ସୃଷ୍ଟି କରିଛନ୍ତି l ବସନ୍ତ କୁମାର ମିଶ୍ରଙ୍କ ୫ ବର୍ଷର ନାତି ବଦ୍ରୀନାଥ ନିଜ ପାଠ ପଢା ବହିରେ ଷ୍ଟବେରି ଗଛର ଚିତ୍ର ଦେଖି ନିଜ ଜେଜେଙ୍କୁ ଷ୍ଟବେରି ଗଛ ଲଗେଇବା ଜିଦ କରିଥିଲେ l ବସନ୍ତ ନିଜ ନାତିର ଜିଦ ପାଇଁ ବିଭିନ୍ନ ସ୍ଥାନରେ ଯୋଗାଯୋଗ କରି ଷ୍ଟବେରି ଗଛ ଆଣି ନିଜ ବଗିଚାରେ ଲଗେଇଥିଲେ ବର୍ତ୍ତମାନ ସେହି ଷ୍ଟବେରି ଗଛରେ ଫଳ ମଧ୍ୟ୍ୟ ଦେଖିବାକୁ ମିଳିଛି l

LEAVE A REPLY

Please enter your comment!
Please enter your name here

- Advertisment -

Most Popular