ବାଣପୁର: ବାଣପୁର ଦକ୍ଷପ୍ରଜାପତି ମନ୍ଦିର ଚୋରୀ ଘଟଣା । ଧରା ହେଲେ ୪ ଅନ୍ତରାଜ୍ୟ କୁଖ୍ୟାତ ଅପରାଧି । ସେମାନଙ୍କ ପାଖରୁ ୯ଟି ମୂର୍ତ୍ତି ଓ ଚାରୋଟି ତରଳା ଯାଇଥିବା ପଦାର୍ଥ ଜବତ କରାଯାଇଛି । ଏହି ଡ଼କାୟତ ମାନଙ୍କୁ ଧରିବାରେ ସଫଳ ହୋଇଛି ବାଣପୁର ପୋଲିସ । ଏସ.ପି ଅଜୟ ପ୍ାତାପ ସ୍ୱାଇଁ, ଏସ.ଡି.ପି.ଓ ମାନସ ରଞ୍ଜନ ବାରିକ, ଆଇ .ଆଇ.ସି ସଞ୍ଜୟ ପଟ୍ଟନÿାୟକଙ୍କ ମିଳିତ ସହଯୋଗରେ ଏକ ଟିମ ଗଠନ କରାଯାଇଥିଲା । ଡ଼କାୟତ ମାନେ ରାଜସ୍ତାନରୁ ଓଡ଼ିଶା ଏବଂ ଚେନ୍ନାଇ ପର୍ଯ୍ୟନ୍ତ ଏହି ଚେର ଲମ୍ବିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହାସହ ଏହି ଗ୍ୟାଙ୍ଗରେ କେତେ ଜଣ ଚୋର ସଂପୃକ୍ତ ଅଛନ୍ତି ତାହା ଧରିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0