spot_img

ପିଲାଙ୍କୁ ଶୀତ ବସ୍ତ୍ର ଓ ମହିଳାଙ୍କୁ ଶାଢୀ ବଣ୍ଟନ

କେନ୍ଦୁଝର: କେନ୍ଦୁଝର ସହର ର କିଛି ସାମାଜିକ କର୍ମୀ ଙ୍କ ଦ୍ବାରା ଛୋଟ ଛୋଟ ପିଲାଙ୍କୁ ଶୀତ ବସ୍ତ୍ର ଓ ମହିଳା ଙ୍କୁ ଶାଢୀ ବଣ୍ଟନ । କେନ୍ଦୁଝରଗଡ ପୌରପାଳିକା ୧୨ ୱାର୍ଡ ର ପୂର୍ବତନ କାଉନସିଲ ର ଲୀଳାବତୀ ପଣ୍ଡାଙ୍କ ସହ ସୁଶିଳା ପାଣିଗ୍ରାହୀ,ମନୋରଞ୍ଜନ ପାଣିଗ୍ରାହୀ ଓ ସଞୀବ କୁମାର ସାହୁ, ସଦର ବ୍ଲକ ବରଦାପାଳ ଗ୍ରାମ ପଞ୍ଚାୟତ ହେସେଲଗୁଠ ଗାଁକୁ ଯାଇ ସେଠାକାର ଗାଁ ଲୋକଙ୍କ ସହ କିଛି ସମୟ ବିତାଇବା ସହ ଗାଁ ର ଛୋଟ ଛୋଟ ପିଲାଙ୍କୁ ଶୀତ ବସ୍ତ୍ର ଓ ମହିଳା ମାନଙ୍କୁ ଶାଢୀ ଓ କିଛି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ସାଧାରଣ ମଣିଷ ଙ୍କୁ ଭଲ ପାଉଥିବା, ଶ୍ରଦ୍ଧା କରୁଥିବା ଏହି ମଣିଷ ମାନଙ୍କୁ ମଧ୍ୟ ଗାଁ ଲୋକ ମାନେ ଅତିଥି ଭାବରେ ପାଖରେ ପାଇ ବେସ ଖୁସି ହେବା ସହ ଗାଁର ମହିଳା ଓ ପୁରୁଷ ମାନେ ବାଜା ବଜେଇ ବେସ କିଛି ସମୟ ନାଚ ଗୀତ କରିଥିବା ବେଳେ ,ସାମାଜିକ କର୍ମୀ ମାନେ ମଧ୍ୟ ତାଙ୍କ ସହ ନାଚ ଗୀତର ତାଳେ ତାଳେ ଝୁମିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular