ଖୋର୍ଦ୍ଧା : ସହଯୋଗ ଏନ,ଜି,ଓ ସହଯୋଗରେ ପୁସ୍ତକ ଉନ୍ମୋଚନ । ଖୋର୍ଦ୍ଧା ଯାତ୍ରା ନିବାସରେ ପୁସ୍ତକ ‘ ଦ’ ଇନିକୁଆଲିଟି ଭାଇରସ୍’ ର ଉନ୍ମୋଚନ କରାଯାଇଛି । ପୁସ୍ତକଟି ବିଶିଷ୍ଟ ସାମ୍ବାଦିକ ରବିଶଙ୍କର ଦାସଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଉନ୍ମୋଚନ ଅବସରରେ ବରିଷ୍ଠ ସାମ୍ବାଦିକ ରବିଦାସ ଲକଡ଼ାଉନ ସମୟରେ ଲକ୍ଷାଧିକ ପରିବାର ଜୀବିକା ହରାଇଥିଲେ । ଏଥିରେ ଭାରତୀୟ ଅରବପତିଙ୍କ କିଭଳି ସମ୍ପତ୍ତି ବଢି ଚାଲିଛି ସେ ବିଷୟରେ ଆଲୋକପାତ କରିଥିଲେ । ଏହା ସହିତ ଶିକ୍ଷା ବିପର୍ଯ୍ୟସ୍ତ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅସମାନତା ବିଷୟରେ ଆଲୋଚନା ମାଧ୍ୟମରେ ପ୍ରକାଶ କରିଥିଲେ । ସଭାରେ ଖୋର୍ଦ୍ଧା ବିଧାୟକ ଜ୍ୟେତିରେନ୍ଦ୍ର ନାଥ ମିତ୍ର, ସହଯୋଗ ଏନ.ଜି.ଓର ମୁଖ୍ୟ ବିଜୟଲକ୍ଷ୍ମୀ ରାଉତରାୟ ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିି ମାନେ ଉପସ୍ଥିତ ଥିଲେ ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0