ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ । ସୋସିଆଲ ମିଡ଼ିଆରେ ପୋଷ୍ଟ କରି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ସଂଗଠନ । ଦେଶର ଗୁଇନ୍ଦା ଏଜେନ୍ସି ଗୁଡ଼ିକ ଏହି ଦାବିର ଯାଂଚ ଚଳାଇଛନ୍ତି । ଟେଲିଗ୍ରାମରେ ଏକ ଚାର୍ଟରୁ ବିସ୍ଫୋରଣ ପଛରେ ଜୈସ-ଉଲ–ହିନ୍ଦର ହାତ ସମ୍ପର୍କରେ ଜଣାପଡ଼ିଛି । ଏପରିକି ବିସ୍ଫୋରଣ ପୂର୍ବରୁ ଏହି ଆତଙ୍କୀ ସଂଗଠନର ସଦସ୍ୟ ରେକି କରିଥିଲେ ବୋଲି କୁହାଯାଉଛି । ବିସ୍ଫୋରଣ ସ୍ଥଳରେ ସିସିଟିଭି ଗୁଡ଼ିକ ବନ୍ଦ ଥିଲା । ମାମଲାର ଛାନଭିନ୍ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଘଟଣା ସ୍ଥଳରେ ପହଞ୍ଚିଛି । ୬ରୁ ୭ଜଣ ବରିଷ୍ଠ ଅଧିକାରୀ ଆଜି ସକାଳୁ ବିଜୟ ଚୌକ ନିକଟରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ବିସ୍ଫୋରଣ ସ୍ଥଳ ନିକଟରୁ ଇସ୍ରାଲଏଲ ଦୂତାବାସ ନାଁରେ ଲଫାପା ଠାବ ହୋଇଛି । ଚିଠିରେ ବିସ୍ଫୋରଣକୁ କେବଳ ଟ୍ରେଲର ବୋଲି କୁହଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0