ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏଁ ଅନ୍ନତ୍ୟାଗ କରିଥିଲେ ଅନ୍ନଦାତା । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଅନଶନରେ ବସିଛନ୍ତି ଚାଷୀ। ଆଜି ଆନ୍ଦୋଳନକାରୀ ଚାଷୀମାନେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ସଦଭାବନା ଦିବସ ପାଳନ କରିବା ସହ ଉପବାସ କରିଛନ୍ତି। ସମସ୍ତ ଆନ୍ଦୋଳନକାରୀ କୃଷକମାନେ ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏଁ ଅନ୍ନ ଗ୍ରହଣ କରିନଥିଲେ। ଗାଜିପୁର ବର୍ଡର ଖାଲି କରିବାକୁ ପ୍ରଶାସନ ଦେଇଥିବା ନୋଟିସକୁ ନେଇ କିଷାନ ଆନ୍ଦୋଳନ କମିଟି ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। କମିଟି କହିଛି, ସରକାର ଏକଛତ୍ରବାଦ ଶାସକ ଭଳି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଏହି ନୋଟିସ ଜାରି କରିଛନ୍ତି। ତେବେ ସମୟ ଆସିଲେ ଏହାର ଠିକ୍ ଉତ୍ତର ଦେବୁ ବୋଲି କମିଟି କହିଛି। ସେପଟେ ସୁରକ୍ଷା ଦୃଷ୍ଟିରୁ ଗାଜିପୁର, ସିଙ୍ଘୁ, ଟିକରି, ସମେତ ଆଖପାଖ ଅଞ୍ଚଳରେ ଜାନୁଆରୀ ୩୧ ରାତି ୧୧ ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିଦେ୍ର୍ଦଶ ଜାରି ହୋଇଛି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0