ଆଜି ଜାତିରପିତା ମହାତ୍ମା ଗାନ୍ଧୀଙ୍କ ୭୩ ତମ ତିରୋଧାନ ଦିବସ । ଜାନୁଆରୀ ୩୦ତାରିଖକୁ ସାରା ଦେଶ ଗାନ୍ଧୀଙ୍କ ପୁଣ୍ୟତିଥି ଭାବେ ପାଳନ କରିଥାଏ । ଏହି ପୁଣ୍ୟତିଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଜିର ଦିନରେ ଜାତିର ପିତା ତଥା ସ୍ୱାଧୀନତା ସଂଗ୍ରାମୀ ମହାତ୍ମାଗାନ୍ଧୀଙ୍କ ପରଲୋକ ହୋଇଥିଲା । ୧୯୪୮ର ଆଜିର ଦିନରେ ଏକ ପ୍ରାର୍ଥନା ସଭାରେ ଗୁଳି କରି ହତ୍ୟା କରାଯାଇଥିଲ । ଏହି ଅବସରରେ ସାରା ଦେଶରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା କାଲିଫର୍ଣ୍ଣିଆ ପ୍ରଦେଶର ଏକ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିକୁ ଭାଙ୍ଗିବା ସହ ବେସ୍ ଉଠାଇଛନ୍ତି ଦୁର୍ବୃତ୍ତ । ଏହି ଘଟଣାରେ ଭାରତୀୟ-ଆମେରିକୀୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଜଘନ୍ୟ ଅପରାଧର ତଦନ୍ତ କରିବା ଲାଗି ଦାବି କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିବା କଥା ଜାନୁଆରି ୨୭ ତାରିଖ ପ୍ରତ୍ୟୁଷରେ ପାର୍କର କର୍ମଚାରୀମାନେ ଦେଖିଥିଲେ। ସମ୍ପ୍ରତି ପ୍ରତିମୂର୍ତ୍ତିଟିକୁ ପାର୍କରୁ ନିଆଯାଇ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେତେବେଳେ ଏବଂ କେଉଁ ଉଦ୍ଦେଶ୍ୟ ନେଇ ଭଙ୍ଗା ଯାଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0