ଉହାନ: ଉହାନର ଡାକ୍ତରଖାନା ପରିଦର୍ଶନ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଟିମ । ପ୍ରାୟ ବର୍ଷେ ତଳେ ପ୍ରଥମେ କୋଭିଡ-୧୯ ରୋଗୀମାନଙ୍କୁ ଚିକିତ୍ସିତ କରାଯାଇଥିବା ଡାକ୍ତରଖାନା ପରିଦର୍ଶନ କରିଛନ୍ତି ବିଶେଷଜ୍ଞ ଟିମ୍ ।ଆଗାମୀ ଦିନମାନଙ୍କରେ କେନ୍ଦ୍ରୀୟ ସହର ଊହାନ୍ ଭିତରେ ଏବଂ ବାହାରେ ଥିବା କ୍ଷେତ୍ର ପରିଦର୍ଶନରେ ଯିବା ଆଗରୁ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଦଳର ସଦସ୍ୟମାନେ ଏକ ହୋଟେଲ୍ରେ ଚୀନ୍ ଅଧିକାରୀମାନଙ୍କ ସହ ପ୍ରତ୍ୟକ୍ଷ ବୈଠକ କରିଥିଲେ।‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଟୁଇଟ୍ କରିଛନ୍ତି ଯେ, ସମସ୍ତ ପରିକଳ୍ପନା ଉପସ୍ଥାପିତ ହୋଇଥିଲେ ମଧ୍ୟ କୋଭିଡ-୧୯ ଭୂତାଣୁ ଉତ୍ପତ୍ତି ସଂକ୍ରାନ୍ତରେ ବୁଝିବାକୁ ବିଶେଷଜ୍ଞ ଦଳ ବିଜ୍ଞାନକୁ ଆଧାର କରିଛନ୍ତି। ଏହି ଭୂତାଣୁର ଉତ୍ପତ୍ତି ସୁନିଶ୍ଚିତ କରିବାକୁ ବର୍ଷ ବର୍ଷ ଲାଗିପାରେ। ଯେଉଁ ପ୍ରାଣୀ ଦେହରୁ ଏହି ଭୂତାଣୁ ବ୍ୟାପିଛି, ତାହାକୁ ଚିହ୍ନଟ କରିବା ଲାଗି ପ୍ରାଣୀମାନଙ୍କ ନମୁନା, ଗୁଣସୂତ୍ରୀୟ ବିଶ୍ଳେଷଣ ଏବଂ ମହାମାରୀ ଅଧ୍ୟୟନ ଭଳି ବ୍ୟାପକ ଗବେଷଣା ଆବଶ୍ୟକ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0