ନୂଆଦିଲ୍ଲୀ: ଭାରତରେ ଆସିବାକୁ ଯାଉଛି ଆଉ ଏକ କୋଭିଡ-୧୯ ଟିକା । ସୂଚନା ଦେଲେ ସେରମ ଇନ୍ଷ୍ଟିଚ୍ୟୁଟ ମୁଖ୍ୟ ଅଦର ପୁନାୱାଲା । ଭାରତରେ ପୂର୍ବରୁ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ବାହାରି ସାରିଛି। ଏହି ଟିକା ବାହାରିବା ପରେ ଟିକାକରଣ ସାରା ଦେଶରେ ଜାରି ରହିଛି। ଅଦର ପୁନାୱାଲା ଘୋଷଣା କରିଛନ୍ତି ଯେ, କମ୍ପାନି ଚଳିତବର୍ଷ ଜୁନ ମାସରେ ଦ୍ବିତୀୟ କରୋନା ଭାଇରସ ଟିକା ବାହାର କରିବାକୁ ଯାଉଛି। ଏହାକୁ ଅନୁମୋଦନ ମିଳିଲେ ଏହା ହେବ ଭାରତର ତୃତୀୟ କୋଭିଡ୍-୧୯ ଟିକା। ପୁନାୱାଲା ଏକ ଟ୍ବିଟ କରି ଲେଖିଛନ୍ତି କି ‘ନୋଭାଭାକ୍ସ ସହ ହୋଇଥିବା ଆମର ସହଭାଗିତା ଚୁକ୍ତି ଉତ୍ତମ ଫଳ ପ୍ରଦାନ କରିଛି। ଆମେ ଭାରତରେ ଏହାର ଟ୍ରାଏଲ ପାଇଁ ଆବେଦନ କରିଛୁ। ଆଶା କି ଏହା ୨୦୨୧ ଜୁନ ମାସ ସୁଦ୍ଧା ଏହା ବ୍ୟବହାର ଲାଗି ଉପଲବ୍ଧ ହେବ।’



Visitors Today : 1
Total Visitors : 130424
Total Views : 9891955
Visitors Online Now : 0