spot_img

ମାଲକାନଗିରି ଆଦର୍ଶ ଥାନା ୭ଦିନ ପାଇଁ ସିଲ୍

ମାଲକାନଗିରି: ରାଜ୍ୟରେ ବେକାବୁ ହେଉଛି କରୋନା ସ୍ଥିତି । ପ୍ରତିଦିନ ଶତାଧିକ କରୋନା ସଂକ୍ରମଣ ପ୍ରଶାସନର ନିଦ ହଜାଇ ଦେଇଛି । ସାଧାରଣ ଜନତାଙ୍କ ସହ ସରକାରୀ କର୍ମଚାରୀମାନଙ୍କ ପଜିଟିଭ୍ କେସ୍ ମଧ୍ୟ ସାମ୍ନାକୁ ଆସୁଛି । ମାଲକାନଗିରି ଆଦର୍ଶ ଥାନାରୁ ଜଣେ କର୍ମଚାରୀ କରୋନା ପଜିଟିଭ୍ ଜଣାପଡିଛନ୍ତି । ସେଥିପାଇଁ ଉକ୍ତ ଥାନାକୁ ଆଜି ଠାରୁ ୭ଦିନ ପାଇଁ ସିଲ୍ କରାଯାଇଛି । ସିଲ୍ କରାଯିବା ପରେ ଥାନାକୁ ସାନିଟାଇଜ୍ କରାଯିବ । ଏହି ସମୟରେ ପୁରୁଣା ଥାନାରେ ଅସ୍ଥାୟୀ କାର୍ଯ୍ୟ ଜାରି ରହିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular