spot_img

ଝାରସୁଗୁଡ଼ା ଡ଼ାକ୍ତରଖାନାର ଓପିଡ଼ି ସ୍ଥାନାନ୍ତର

ଝାରସୁଗୁଡ଼ା : ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜେନେରାଲ । ଆଉଟଡ଼ୋରକୁ କାଜୁଆଲଟିକୁ ସ୍ଥାନାନ୍ତର କରାଯାଇଛି । ସେହିପରି ମେଡ଼ିସିନ ୱାର୍ଡ଼ ଓ ଅର୍ଥୋପେଡ଼କୁ ଓପିଡ଼ିକୁ ତିନି ଦିନ ପାଇଁ ବନ୍ଦ କରିଦିଆଯାଇଛି । ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ପରବର୍ତ୍ତି ସେବା ବ୍ୟବସ୍ଥା ୩ଦିନ ପାଇଁ ଲାଗୁ ରହିବ । ସାଧାରଣ ଲୋକ ଏଥିପାଇଁ ସହଯୋଗର ହାତ ବଢ଼ାନ୍ତୁ ।

ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡ଼ା ବେହେରାମାଲ ଅଞ୍ଚଳରେ ୫୪ ବର୍ଷୀୟ ବ୍ୟକ୍ତି ଥଣ୍ଡା ଜ୍ୱରରେ ପୀଡ଼ିତ ହୋଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଗତକାଲି ସନ୍ଧ୍ୟରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ତାଙ୍କୁ କୋଭିଡ ହସପିଟାଲକୁୂ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ଡ଼ାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମିଙ୍କୁ କ୍ୱରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular