ନୟାଗଡ଼ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧୀନ ଗୋଡ଼ିପଡ଼ା ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। କେନ୍ଦ୍ରାପଡ଼ା ଅଞ୍ଚଳର ଯୁବକ ସୁକାନ୍ତ ବେହେରା ଗୋଡ଼ିପଡ଼ାସ୍ଥିତ ସର୍ଦ୍ଦାର ପଟେଲ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଲିଲିମା ବେହେରାଙ୍କ ତଣ୍ଟି କାଟି ଦେଇଛି। ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିବା ପରେ ସୁକାନ୍ତ ନିଜ ତଣ୍ଟି ମଧ୍ୟ କାଟି ଦେଇଛି। ଏଥିରେ ଲିଲିମାଙ୍କ ତଣ୍ଟି, ବେକର ପଛ ଭାଗରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଉଭୟ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଲିଲିମାଙ୍କ ଘର ପୁରୀ ଜିଲ୍ଲା ଆଳୁପାଟଣାରେ ହୋଇଥିବା ବେଳେ, ସେ ଗୋଡ଼ିପଡ଼ା ସର୍ଦ୍ଦାର ପଟେଲ ବିଦ୍ୟାପୀଠରେ ୮ ବର୍ଷ ହେଲା ଶିକ୍ଷକତା କରୁଥିଲେ। ଶିକ୍ଷୟିତ୍ରୀ ବିବାହିତ, ତାଙ୍କ ସ୍ବାମୀ ନାରାୟଣ ଜେନା ବାହାରେ ରହି କାମ କରୁଥିବା ଜଣାପଡ଼ିଛି। ଯୁବକର ଘର କେନ୍ଦ୍ରାପଡ଼ା ପଟ୍ଟମୁଣ୍ଡାଇ ଅଞ୍ଚଳରେ ବୋଲି ଜଣାଯାଇଛି। ତେବେ ଯୁବକ ଜଣକ କାହିଁକି ଏଭଳି କଲା, ତାହା ଜଣାପଡ଼ିନାହିଁ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0